ଆତ୍ମସମର୍ପଣ କଲେ ୨୮ ନକ୍ସଲ

ଭୁବନେଶ୍ଵର : ଛତିଶଗଡର ଦନ୍ତେଓ୍ଵାଡା ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାମରେ ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲ ବଡ ବଡ ହିଂସାକାଣ୍ଡ ସହିତ ଜଡ଼ିତ ଥିଲେ। ସରକାର ଏମାନଙ୍କ ମଧ୍ୟରୁ ୨୬ ନମ୍ବର ପ୍ଲାଟୁନ ସଦସ୍ୟ ମଙ୍ଗଲୁ ନାମରେ ୨ ଲକ୍ଷ ଟଙ୍କା, କଟେକଲ୍ୟାଣ ଏଲଓସି ସଦସ୍ୟ ବାମନ କାବାସୀ, ସିଏନଏମ କମାଣ୍ଡର ବଡିଆମି ଗଂଗୀ ଓ ଏଲଜିଏସ ସଦସ୍ୟ ହାନ୍ଦାଙ୍କ ନାମରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

ମତାମତ ଦିଅନ୍ତୁ ।