ଆରମ୍ଭ ହେଲା ‘ହାଓଡି ମୋଦି’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଆମେରିକାର ହ୍ୟୁଷ୍ଟନରେ ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମ। ପରିବେଶ ପୁରା ରଙ୍ଗାରଙ୍ଗ। ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମରେ ଶିଖ୍‌ଙ୍କ ପବିତ୍ର ଗୁରୁବାଣୀ ପ୍ରର୍ଥନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କିଛି ସମୟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ଏଠାରେ ୫୦ ହଜାର ଲୋକଙ୍କୁ ଉଦବୋଧନ ଦେବେ ମୋଦି- ଟ୍ରମ୍ପ୍‌। କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଟ୍ରମ୍ପ୍‌ ଟୁଇଟ କରି କହିଛନ୍ତି ମୋ ବନ୍ଧୁ ମୋଦିଙ୍କ ସହ ଆଜିର ଦିନ ଐତିହାସିକ ରହିବ। କାର୍ଯ୍ୟକ୍ରମ ୩ ଘଣ୍ଟା ଧରି ଚାଲିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।