ଆସ୍ଥା ଭୋଟରେ ୟେଦୁରପ୍ପା ଜିତିଲେ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ୟେଦୁରପ୍ପା ସରକାରକଙ୍କୁ ମିଳିଛି ବହୁମତ। ଆସ୍ଥା ଭୋଟରେ ଜିତିଛନ୍ତି ବି ଏସ ୟେଦୁରପ୍ପା। ଏହି ଅବସରରେ ସେ କହିଛନ୍ତି ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। ସୋମବାର ବିଧାନସଭାରେ ୟେଦୁରପ୍ପାଙ୍କ ଶକ୍ତି ପରୀକ୍ଷା ହୋଇଥିଲା। ବହୁମତ ପାଇଁ ୧୦୪ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ୟେଦୁରପ୍ପା ୧୦୬ବିଧାୟକଙ୍କ ସମର୍ଥନ ସାବ୍ୟସ୍ତ କରିଥିଲେ। ଗତକାଲି ଜେଡିଏସ୍ ଓ କଂଗ୍ରେସର ୧୪ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ପରେ ବହୁମତ ଜିତିବା ୟେଦୁରପ୍ପାଙ୍କ ପାଇଁ ସହଜ ହୋଇଯାଇଥିଲା। ବାଚନିକ ଭୋଟରେ ୟେଦୁରପ୍ପା ବିଜୟୀ ହୋଇଥିଲେ।

ମତାମତ ଦିଅନ୍ତୁ ।