ଆୟକର ନିୟମ ବଦଳିଲା, ବିବାହ ଉତ୍ସବରେ ଅଧିକ ବ୍ୟୟକଲେ ଟିଡିଏସ୍ କଟିବ

ନୂଆଦିଲ୍ଲୀ : ଆଜିଠାରୁ ବଦଳିଲା ଆୟକର ବିଭାଗର କିଛି ନିୟମ। ଏଣିକି କ୍ୟାସ ଟ୍ରାଂଜାକ୍ସନ ବା ନଗଦ ଅର୍ଥ କାରବାର ସମୟରେ ଦେବାକୁ ପଡିବ ଟିଡିଏସ। କୋପୋରେଟିଭ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଏକ କୋଟିରୁ ଅଧିକ ଟଙ୍କା ଉଠାଇଲେ ଟିଡିଏସ ଆଦାୟ କରାଯିବ।

ସେହିପରି ସମ୍ପତ୍ତି କିଣିବା ବେଳେ ଅତିରିକ୍ତ ସୁବିଧା ଲକ୍ଷ୍ୟକରି ଅଧିକ ଟଙ୍କା ପୈଠ କାଲେ କଟିବ ଟିଡିଏସ। ସମ୍ପତ୍ତି କିଣିବା ସମୟରେ କ୍ଲବ ମେମ୍ବର ସିପ୍, କାର ପାର୍କିଂ ଓ ଇଲେକ୍ଟ୍ରି ବିଲ ଭଳି ସୁବିଧା ପାଇବା ପାଇଁ ଦିଆଯାଉଥିବା ଟଙ୍କାକୁ ହିସାବ କରି ତା ଉପରେ ଟିଡିଏସ ଆଦାୟ କରାଯିବ। କଣ୍ଟ୍ରାକ୍ଟର କିମ୍ବା ଚାକିରି କରୁଥିବା ବ୍ୟକ୍ତିର ବାର୍ଷିକ ଆୟ ଯଦି ୫୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ ତେବେ ୫ ପ୍ରତିଶତ ହିସାବରେ ଟିଡିଏସ କଟା ଯିବ। ବିବାହ ଉତ୍ସବ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଅଧିକ ଟଙ୍କା ବିନିଯୋଗ ହୁଏ ତେବେ ଦେବାକୁ ହେବ ଟିଡିଏସ।

ଜୀବନ ବୀମାରେ (ଏଲଆଇସି)ରେ ଜମା ରଖିଥିବା ଅର୍ଥ ମ୍ୟାଚ୍ୟୁରିଟି ସମୟରେ ଯଦି ଟାକ୍ସ ପାଇଁ ଗ୍ରହଣୀୟ ହୁଏ ତାହେଲେ ସେଥିରୁ ୫ ପ୍ରତିଶତ ଟିଡିଏସ କଟିବ। ଆଉ ୫୦ ହଜାରରୁ ଅଧିକା ଟଙ୍କା ବ୍ୟାଙ୍କରେ ଟ୍ରାଂଜାକ୍ସନ କଲେ କୈଫତ ଦେବାକୁ ପଡିବ ବୋଲି ନିୟମରେ ବ୍ୟବସ୍ଥା ରହିଛି।

ମତାମତ ଦିଅନ୍ତୁ ।