ଉତ୍ତରପ୍ରଦେଶ: ଅଯୋଧ୍ୟା ରାୟ ପୂର୍ବରୁ ଆମ୍ବେଦକର ନଗରରେ ୮ଟି ଅସ୍ଥାୟୀ ଜେଲ୍‌

ନୂଆଦିଲ୍ଲୀ: ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ଅବସର ନେଉଥିବାରୁ ଆସନ୍ତା ସପ୍ତାହରେ ଅଯୋଧ୍ୟର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ରାୟ ଶୁଣାଇବାର ସମ୍ଭାବନା ରହିଛି। ରାୟ ପରେ ଅଯୋଧ୍ୟାରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନ ଉତ୍ତର ପ୍ରଦେଶର ଅମ୍ବେଦକର ନଗରରେ ଥିବା ଭିନ୍ନ ଭିନ୍ନ କଲେଜରେ ଆଠଟି ଅସ୍ଥାୟୀ ଜେଲ୍‌ ଖୋଲିଛନ୍ତି। ଏହି ଜେଲ ଆକବରପୁର, ତଣ୍ଡା, ଜଲାଲପୁର, ଜଇତପୁର, ଭିତି ଓ ଆଲ୍ଲାପୁରରେ ଖୋଲାଯାଇଛି। ସ୍କୁଲ୍‌ଗୁଡ଼ିକର ପ୍ରିନ୍‌ସିପାଲ୍‌ ଓ କର୍ମଚାରୀମାନେ ପ୍ରତି ଜେଲ୍‌ର ଷ୍ଟେସନ୍‌ ଇନ୍‌ଚାର୍ଜଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇଛନ୍ତି। ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଅଯୋଧ୍ୟାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇ ୧୪୪ ଧାରା ଜାରି କରାଯାଇଛି।

ମତାମତ ଦିଅନ୍ତୁ ।