ଏଇ ମାଛର ଦାମ ୨ ଲକ୍ଷ ଟଙ୍କା

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ମାଛ ଧରା ହୋଇଛି। ମାଛଟି ଦେଖିବାକୁ ଅଧିକ ଲମ୍ବା ହୋଇଥିବାବେଳେ ଏହାର ମୁହଁ ଥଣ୍ଟ ଆକୃତିର। ଏହି ମାଛକୁ ‘ମୟୂର ମାଛ’ ‍‍‍ବୋଲି ‍‍‍ କୁହାଯାଉଛି। ଶୁକ୍ରବାର ସକାଳେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବାବେଳେ ଏହି ବିରଳ ପ୍ରଜାତିର ମାଛଟି ଜାଲରେ ଧରା ପଡ଼ିଥିଲା। ଏହା ଜଣାପଡିବା ପରେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। କିଲୋ ୧୦ ହଜାର ଟଙ୍କା ହିସାବରେ ୨ ଲକ୍ଷ ଟଙ୍କାରେ ଦୀଘାରେ ଏହାକୁ ବିକ୍ରି କରିବା ପାଇଁ ସ୍ଥାନୀୟ ମତ୍ସଜୀବୀ ଯୋଜନା କରିଛନ୍ତି। ତେଣୁ ଏହାକୁ ଧାମରା ଓ ପରେ ଦୀଘାକୁ ନିଆଯାଇ ବିକ୍ରି କରାଯିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।