ଏନ୍‌କାଉଣ୍ଟର୍‌ରେ ଡକାୟତ ହୃଷିକେଶ ମଲ୍ଲିକ ଆହତ

ଭୁବନେଶ୍ଵର : କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ଡକାୟତ ହୃଷିକେଶ ମଲ୍ଲିକକୁ ପୋଲିସ ଏନକାଉଣ୍ଟର କରିଛି। ହୃଷିକେଶର ଦୁଇଟି ଗୋଡ଼ରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫ରୁ ଊର୍ଦ୍ଧ୍ୱ ଡକାୟତ ଆଳି ଜୁଆଣିଆ ଗାଁର ନବଘନ ପରିଡାଙ୍କ ଘରର କବାଟ କାଟି ଭିତରକୁ ପଶିଥିଲେ। ହଠାତ୍ ଘରଲୋକେ ଉଠି ପଡ଼ିବାରୁ ଡକାୟତମାନେ ଶାଶୁ, ଶ୍ୱଶୁର ଓ ବୋହୂକୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଥିଲେ।

ଏ ସମ୍ପର୍କରେ ଖବର ପାଇ ଡକାୟତିମାନଙ୍କ ପିଛା କରିଥିଲା ପୋଲିସ। କେନ୍ଦ୍ରାପଡ଼ା ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ପୋଲିସ ଓ ଡକାୟତ ଦଳ ମୁହାଁମୁହିଁ ହୋଇଥିଲେ। ହୃଷିକେଶ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇବାରୁ ଏହାର ପାଲଟା ଜବାବ ପୋଲିସ ଦେଇଥିଲା। ହୃଷିକେଶ ଗୋଡ଼ରେ ଗୁଳି ବାଜିବାରୁ ସେ ଧରାପଡିଥିଲା। କିନ୍ତୁ ଘଟଣାସ୍ଥଳରୁ ୪ ଡକାୟତ ଖସି ପଳାଇ ଯାଇଥିଲେ। ପୋଲିସ ଗୋଟିଏ କାର୍‌, ୩ଟି ଭୁଜାଲି ଓ ନକଲି ପିସ୍ତଲ ଜବତ କରିଛି।

ମତାମତ ଦିଅନ୍ତୁ ।