ଏଲଜି ୫ଜି ସ୍ମାର୍ଟଫୋନର ଫାର୍ଷ୍ଟ ଲୁକ ଜାରି, ଏଥିରେ ରହିଛି ଡବଲ ସ୍କ୍ରିନ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ମଲ୍ଟିନ୍ୟାସନାଲ ଇଲେକ୍ଟ୍ରୋନିକ୍ସ କଂପାନୀ ‘ଲାଇଫ୍ସ ଗୁଡ (ଏଲଜି)’ ସୋମାବାର ଏକ ୫ଜି ସ୍ମାର୍ଟଫୋନ ଲୁକକୁ ଭିଡିଓ ମାଧ୍ୟମରେ ଜାରି କରିଛି। ଏଥିରେ ରହିଛି ୨ଟି ସ୍କ୍ରିନ। କମ୍ପନୀ ଏହି ସ୍ମାର୍ଟଫୋନକୁ ସେପ୍ଟେମ୍ବର ୬ରେ ବର୍ଲିନରେ ଲଞ୍ଚ କରିବାର ଯୋଜନା ପ୍ରସ୍ତୁତ କରିଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ କଂପାନୀ ନୂଆ ୫ଜି ସ୍ମାର୍ଟଫୋନର ୧୫ ସେକେଣ୍ଟ ଭିଡିଓ ଜାରି କରିଛି। ଯାହାର ଶୀର୍ଷକ ରହିଛି ‘ୟୁଉଲ ଦ ବେଟର’। କୋରିଆର ସ୍ମାର୍ଟଫୋନ ନିର୍ମାତା କହିଛି ନୂତନ ଫୋନରେ ‘ଫ୍ରି ଷ୍ଟପ ହିଙ୍ଗ’ ଟେକ୍ନୋଲୋଜୀର ପ୍ରୟୋଗ କରାଯାଇଛି। ର୍ହର ନାମ ଭି୬୦। ଯେଉଁଥିରେ ସାମସଙ୍ଗର ଗ୍ୟାଲେକ୍ସ ନୋଟ ଭଳି ଫିଚର ରହିଛି। ସାମସଙ୍ଗର ଗ୍ୟାଲେକ୍ସ ନୋଟ ୧୦ ଅଗଷ୍ଟ ୧୦ରେ ଲଞ୍ଚ ହୋଇଛି। ଗ୍ୟାଲେକ୍ସି ଫୋଲ୍ଡ ସେପ୍ଟେମ୍ବରରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଯୁବପୀଢ଼ିଙ୍କ ପାଇଁ ଏହି ନୂତନ ସଂସ୍କରଣର ସ୍ମାର୍ଟଫୋନ ଗ୍ରହଣୀୟ ହେବ ବୋଲି ଅନୁମାନ କରାଯାଉଛି। 

ମତାମତ ଦିଅନ୍ତୁ ।