ଏସବିଆଇଜି ୨.୦ ଭର୍ସନର ଆରମ୍ଭ

ମୁମ୍ବାଇ: ଏସବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ (ଏସବିଆଇଜି) ଆଜି ଏହାର ନୂତନ ରିଡିଜାଇନ୍ ହୋଇଥିବା ଲୋଗୋ ସହିତ ନୂତନ କର୍ପୋରେଟ୍ ବ୍ରାଣ୍ଡ ପରିଚୟର ଶୁଭାରମ୍ଭ କରିଛି । ଏହାର ଟ୍ୟାଗଲାଇନ୍ ରହିଛି ‘ସୁରକ୍ଷା ଓ ଭରୋସା ଦୋନୋ’ । ଏସବିଆଇଜିର ରେ ଡିଜିଟାଇଜେସନକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଇ ଆସିଛି । ଏହା ସହିତ କମ୍ପାନୀ ନୂତନ ବ୍ରାଣ୍ଡ ପରିଚୟ ଉପରେ ଧ୍ୟାନ ପ୍ରଦାନ କରିଛି । ଏଥିରେ ରହିଛି ସ୍ୱାଇପ ଯୋଗ୍ୟ ଓ ନୂତନ ଦେଖା ଯାଉଥିବା ଲୋଗୋ ।

ଦିନେଶ କୁମାର ଖାରା, ମ୍ୟାନେଜିଂ ଡାଇରେକ୍ଟର ଗ୍ଲୋବାଲ୍ ବ୍ୟାଙ୍କିଂ ଏଣ୍ଡ ସବ୍‌ସିଡିଆରିଜ୍‌, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛନ୍ତି ଯେ ଏସବିଆଇ ସର୍ବଦା ବ୍ୟାଙ୍କିଂ ସହିତ ଲୋକମାନଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତନ ଆଣିବାର ଲକ୍ଷ୍ୟ ରଖିଥାଏ କାରଣ ଭାରତର ପ୍ରତି କୋଣ ଅନୁକୋଣର ଲୋକମାନେ ଏହା ସହିତ ବିଭିନ୍ନ ଉପାୟରେ ଜଡ଼ିତ । ଜାତି ନିର୍ମାଣରେ ଆମର ପ୍ରତିଶ୍ରୁତିବଦ୍ଧତା ସମ୍ପୂର୍ଣ୍ଣ ଓ ବ୍ୟାପକ ଅଟେ । ପୁସନ୍ ମହାପାତ୍ର, ଏମଡି ଓ ସିଇଓ, ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ କହିଛନ୍ତି ଯେ ଆମେ ଏସବିଆଇର ପୃଷ୍ଠପୋଷକତାରେ ରହିଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛୁ ଓ ବାସ୍ତବରେ ଆମେ ଏହି ବିଶ୍ୱାସ ଏବଂ ସୁରକ୍ଷାର ଦୃଢ଼ ଧାରାକୁ ଆଗେଇ ନେବୁ ।

ଏସବିଆଇଜି ଅନେକଗୁଡ଼ିଏ ମାଇଲଷ୍ଟୋନ ଅତିକ୍ରମ କରିଛି ଯଥା ୪ର୍ଥ ବର୍ଷରେ ଗ୍ରସ୍ ରିଟିନ୍ ପ୍ରିମିୟମ ଟ.୧୦୦୦ କୋଟି ଅତିକ୍ରମ କରିଥିବା ଦ୍ରୁତତମ କମ୍ପାନୀ, ଜାନୁୟାରୀ ୨୦୦୭ର ଡିଟାରିଫିକେସନ ପରେ ଉଦ୍ୟୋଗରେ ପ୍ରବେଶ କରିଥିବା ଟପ୍ ଘରୋଇ ବୀମାକାରୀ । ଆର୍ଥିକ ବର୍ଷ ୧୮ଠାରୁ କ୍ରମାଗତ ଭାବରେ ଲାଭ କରିଆସୁଛି ଓ ୧୭ଟି ଶାଖାରେ ୨୦୧୧ଠାରୁ ଲାଭ କରିଆସୁଛି । ଏସବିଆଇ ଜେନେରାଲ୍ ସାରା ଭାରତରେ ଏହାର ପହଂଚକୁ ୧୨୦+ ଶାଖା ଓ ୨୫୩ ଟି ସ୍ଥାନକୁ ସଂପ୍ରସାରିତ କରିଛି । ଏହାର ଦୃଢ଼ ଆବଂଟନ ପାର୍ଟନରଙ୍କ ସହଯୋଗ ହେତୁ ଏହା ଭାରତର ପ୍ରତି କୋଣ ଅନୁକୋଣରେ ପହଂଚି ପାରିଛି । ଏସବିଆଇର ୨୨୦୦୦ର ଶାଖା ନେଟୱର୍କ ତଥା ଅନ୍ୟାନ୍ୟ ଆର୍ଥିକ ଓ ଡିଜିଟାଲ୍ ପାର୍ଟନର ରହିଛନ୍ତି । ଏହାର ଦୃଢ଼ ଭିତିଭୂମି ଓ ନୂତନ ପରିଚୟ ସହିତ, ଏସବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପ୍ରତି ଭାରତୀୟଙ୍କ ସାଧାରଣ ବୀମା ଆବଶ୍ୟତା କ୍ଷେତ୍ରରେ ପ୍ରଥମ ପସନ୍ଦ ହୋଇ ପାରିଛି ।

ମତାମତ ଦିଅନ୍ତୁ ।