ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରିବାକୁ ମ୍ୟାଲେରିଆ ଆକ୍ସନ କୋଆଲିସନ୍ ର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନେତୃତ୍ୱରେ ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆ (ଏମ୍ଏନ୍ଏମ୍ ଇଣ୍ଡିଆ) ପକ୍ଷରୁ ମ୍ୟାଲେରିଆ ଆକ୍ସନ କୋଆଲିସନ୍ ବା ମ୍ୟାଲେରିଆ କାର୍ଯ୍ୟାନ୍ୱୟନ ମେଂଟ (ମ୍ୟାକ୍) ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଜାତୀୟ ଭୁତାଣୁ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସହାୟତା କରିବା ଉଦ୍ଦେଶ୍ୟରେ ମ୍ୟାକ୍ ବହୁକ୍ଷେତ୍ରୀୟ ସମନ୍ୱୟ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଓଡ଼ିଶା ସରକାରଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ଏହି ପ୍ଲାଟଫର୍ମରେ ବେସରକାରୀ ଟେକ୍ନିକାଲ, ରିସର୍ଚ୍ଚ ଓ ଯୋଜନା ରୂପାୟନ ଏଜେନ୍ସିଙ୍କ ସମେତ ଘରୋଇ କ୍ଷେତ୍ର, ଦାତା, ନିବେଶକ ଓ ଗଣମାଧ୍ୟମ ପାର୍ଟନର ପ୍ରତିନିଧି ରହିବେ। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଏହି କୋଆଲିସନ୍ ର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ସଚିବ ତଥା କମିଶନର ଡ. ପି କେ ମେହେର୍ଦ୍ଦା, ସ୍ୱତନ୍ତ୍ର ସଚିବ ଡ. ଏଚ୍ ପି ପଟ୍ଟନାୟକ, ମ୍ୟାଲେରିଆ ନୋ ମୋର୍ର କଂଟ୍ରି ନିର୍ଦ୍ଦେଶକ ଡ. ସଞ୍ଜୀବ ଗାଏକ୍ୱାଡ୍ ଓ ଆବୋଟ୍ଟ ଇଣ୍ଡିଆର ମହାପ୍ରବନ୍ଧକ ଭାସ୍କର ମାଲାଡ଼ିଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

ମତାମତ ଦିଅନ୍ତୁ ।