ଓଡ଼ିଶାରୁ ୨୬୯୪ କୋଟି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: କରୋନା ସଙ୍କଟ ମୁକାବିଲା ଲାଗି ଦେଶର ବିଭିନ୍ନ ସ୍ଥାନରେ ଲାଗୁ କରାଯାଇଥିବା କଟକଣା ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲେ ମଧ୍ୟ ଜୁନ୍‌ ମାସରେ ପ୍ରାୟ ୯୧ ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହୋଇଛି।  ଜୁନ୍‌ରେ ଓଡ଼ିଶାରେ ୨୬୯୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଗତବର୍ଷ ଜୁନ୍‌ ତୁଳନାରେ ଏହା ୮ ପ୍ରତିଶତ କମ୍। ଗତବର୍ଷ ଏହି ମାସରେ ଓଡ଼ିଶାରେ ୨୯୨୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଚଳିତ ବର୍ଷ ଜୁନ୍‌ରେ ପଞ୍ଜାବ, ବିହାର, ସିକିମ୍, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଜିଏସ୍‌ଟି ଆଦାୟରେ ବୃଦ୍ଧି ହୋଇଥିବା ବେଳେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ଟିକସ ଆଦାୟ ବଢ଼ିଛି। ଅନ୍ୟ ସବୁ ରାଜ୍ୟରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଛି।

  ଭଦ୍ରକ : ୨୭ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଗିରଫ

ଏପ୍ରିଲ୍‌ରେ ମାତ୍ର ୩୨,୨୯୪ କୋଟି ଟଙ୍କା ଓ ମେ’ରେ ୬୨,୦୦୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ‌ହୋଇଥିଲା। ଜୁନ୍‌ରେ ୯୦,୯୧୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। କେନ୍ଦ୍ରୀୟ ଜିଏସ୍‌ଟି ଭାବେ ୧୮,୯୮୦ କୋଟି ଟଙ୍କା, ୨୩,୯୭୦ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୪୦,୩୦୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ଏଥି ସହିତ ୭୬୬୫ କୋଟି ଟଙ୍କାର ସେସ୍‌ ମଧ୍ୟ ଆଦାୟ କରାଯାଇଛି। କେବଳ ଆମଦାନି ହୋଇଥିବା ସାମଗ୍ରୀରୁ ୧୫,୭୦୯ କୋଟି ଟଙ୍କାର ଜିଏସ୍‌ଟି ଓ ୬୦୭ କୋଟି ଟଙ୍କାର ସେସ୍‌ ଆଦାୟ କରାଯାଇଛି।

ମତାମତ ଦିଅନ୍ତୁ ।