ଓଡ଼ିଶାର ୬ଟି ଷ୍ଟେସନ୍‌ କଡ଼ା ସୁରକ୍ଷାରେ ରହିବ

ଭୁବନେଶ୍ୱର: ରେଳ ଷ୍ଟେସନ୍‌ରେ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କ ସହ ବିଭିନ୍ନ ଅପରାଧିକ ଘଟଣା ଘଟୁଛି। ଷ୍ଟେସନ୍‌ରେ ଅସାମାଜିକ ଯୁବକମାନେ ବୁଲୁଥିବା ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ବିଚାରକୁ ନେଇ ରେଳବାଇ ସୁରକ୍ଷା କମିଟିର ବୈଠକରେ ନିଷ୍ପତ୍ତି ହୋଇଛି ଓଡ଼ିଶାର ୬ଟି ଷ୍ଟେସନ୍‌ କଡ଼ା ସୁରକ୍ଷାରେ ରହିବ।

ମଙ୍ଗଳବାର ରେଳବାଇ ଡିଜିପି କହିଛନ୍ତି ରେଳଷ୍ଟେସନ୍‌ମାନଙ୍କରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ଷ୍ଟେସନ୍‌ର ଯେଉଁ ସ୍ଥାନରେ ଲାଇଟ, ସ୍କାନର ଓ ସିସିଟିଭି ନାହିଁ ସେଠାରେ ସେ ସବୁର ତୁରନ୍ତ ବ୍ୟବସ୍ଥା କରାଯିବ। ପ୍ରତି ଷ୍ଟେସନ୍‌ ପାଇଁ ଅଗ୍ନିନିରାପତ୍ତା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି।

ଏହାଛଡା ନକ୍ସଲ ଅଞ୍ଚଳ ଦେଇ ଯାଇଥିବା ଟ୍ରାକ୍‌ ଓ ଷ୍ଟେସନ୍‌ ଆଖପାଖ ବସ୍ତି ଉପରେ କଡ଼ା ନଜର ରଖାଯିବ। ଷ୍ଟେନ୍‌ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ହକର ଓ ଭେଣ୍ଡରଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯିବା ସହିତ କେଉଁ ଟ୍ରେନ୍‌ରେ କେତେ ସିକ୍ୟୁରିଟି ରହିବେ ସେନେଇ ବୈଠକରେ ଆଲୋଚନା ହୋଇଛି ବୋଲି ଡିଜିପି କହିଛନ୍ତି।

ମତାମତ ଦିଅନ୍ତୁ ।