କଟକରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ରାଜ୍ୟ ସରକାର କରୋନା କଟକଣା କୋହଳ କରିଥିଲେ ହେଁ କଟକରେ ଏହା ଲାଗୁ ହେବନି। ସ୍ଥାନୀୟ ସଂକ୍ରମଣକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସାମାଜିକ ଦୂରତାକୁ କଡାକଡି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। କୋଭିଡ୍ ପରିଚାଳନା ପାଇଁ ନିଯୁକ୍ତ ହୋଇଛନ୍ତି କୋଭିଡ୍ କମ୍ପ୍ଲିଆନ୍ସ ଅଧିକାରୀ। ସେହିପରି ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋବାକୁ ମିଳିବ ଅନୁମତି।

କଟକ ସହରରୁ ଆଜି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ଜଣ କ୍ୟାନସର ହସ୍ପିଟାଲର ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରେ ଚିହ୍ନଟ ହୋଇଛନ୍ତି। ନୂଆପାଟଣାର ୨ ଜଣ, ମଙ୍ଗଳାବାଗର ଜଣେ, କାଠଗଡା ସାହି ଓ ଥୋରିଆ ସାହିର ଜଣେ ଲେଖାଏଁ ରହିଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ମହିଳା ହେଉଛନ୍ତି ମହାନଦୀବିହାରର। ମହିଳା ଜଣଙ୍କ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଇତିମଧ୍ୟରେ କଟକ ସହରରେ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ୨୨ ଜଣ ଚିକିତ୍ସାଧୀନ ଅଛନ୍ତି। ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ମତାମତ ଦିଅନ୍ତୁ ।