କଟକ : କୋଭିଡ ଯୋଦ୍ଧାଙ୍କ ଧାରଣା

କଟକ : ଅଶ୍ୱିନୀ କୋଭିଡ୍ ହସ୍ପିଟାଲର ନର୍ସମାନେ ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଦରମା ଠିକ୍‌ରେ ମିଳୁନଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ପ୍ରତିଶ୍ରୁତି ମୁତାବକ ଦରମା ମିଳୁନି। କ୍ୱାରେଣ୍ଟିନ ସୁବିଧା ନଥିବାରୁ ବହୁ ନର୍ସ ଏବେ ଅସୁସ୍ଥ ହୋଇପଡ଼ିଛନ୍ତି। ସେହିପରି ରୋଟେସନ୍ ଡ୍ୟୁଟି କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ପ୍ରତିଦିନ କାଯ୍ୟ କରିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।