କଟକ: ଖୁବ୍‌ଶୀଘ୍ର ଗିରଫ ହେବ ଷ୍ଟୋନ୍‌ମ୍ୟାନ୍‌

ଭୁବନେଶ୍ଵର: କଟକରେ ସିରିଏଲ୍‌ କିଲିଂକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଏହି ସିରିଏଲ କିଲରର ସୁରାକ ମିଳିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଡସିପି।

ସୂଚନାଯୋଗ୍ୟ କଟକରେ କିିଛିଦିନ ତଳେ ସାଇକୋ କିଲର ବୁଲୁଥିବା ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ସାଇକୋ କିଲର ୨୪ ଘଣ୍ଟାରେ ମଧ୍ୟରେ ତିନିତିନି ଜଣଙ୍କ ଜୀବନ ନେଇ ସାରିଲାଣି। ତିନୋଟି ଯାକ ହତ୍ୟାକାଣ୍ଡ ଗୋଟିଏ ପ୍ରକାର। ସମସ୍ତଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ସାଇକୋ କିଲର ସଂପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରିଥିଲା। କଟକ ଓଏମପି ଛକରେ ୨ଟି ଏବଂ ରାଣୀହାଟ ଛକରେ ଗୋଟିଏ ମୁଣ୍ଡ ଗଡିସାରିଥିବାରୁ କଟକ କମିସନରେଟ୍‌ ପୋଲିସ ପକ୍ଷରୁ ଜଣେ ଆଡିସନାଲ ଏସ ପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ହତ୍ୟାକାଣ୍ଡ ଘଟିଥିବା ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।

ମତାମତ ଦିଅନ୍ତୁ ।