କଟକ ବଡ଼ଡାକ୍ତରଖାନା ପାଇଁ ୧୦୦୦କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ମେଡ଼ିକାଲ ଲାଗି ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବ‌ୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ। ଦେଶର ଶ୍ରେଷ୍ଠ ୩ଟି ମେଡିକାଲ ମଧ୍ୟରେ ଏହାକୁ ରଖିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି। ବର୍ତ୍ତମ‌ାନ ଦେଶର ଶ୍ରେଷ୍ଠ ୧୪ଟି ହସ୍ପିଟାଲ ମଧ୍ୟରେ  କଟକ ବଡ଼ ମେଡିକାଲ ରହିଥିବାରୁ ଏହାକୁ ଏମ୍‌ସ ପ୍ଲସ୍‌ ହସ୍ପିଟାଲ ଭାବେ ଗଢ଼ିବାକୁ ନିଷ୍ପତ୍ତି ହୋଇଛି। ଭଲ ଚିକିତ୍ସା ଲାଗି ଦେଶର ଅନ୍ୟ ବଡ଼ବଡ଼ ମେଡିକାଲରୁ କଟକକୁ ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ୫-ଟି ସଚିବ, ସ୍ଵାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ ଓ କଟକ ବଡ଼ ମେଡିକାଲର ସବୁ ବିଭାଗୀୟ ମୁଖ୍ୟ ଓ ପ୍ରାଶାସନିକ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।