Breaking Newsରାଜ୍ୟ

କଟକ ଶିଶୁଭବନ ଆଉଟଡୋର ବନ୍ଦ

କଟକ : ଗତ କିଛିଦିନ ହେଲା କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହା ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ କଟକ ଶିଶୁଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାର ଆଉଟଡୋରକୁ ବନ୍ଦ କରି ଦିଆଯାଇଛି। ଏହି ସୂଚନା ଦେଇଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ। ସେ କହିଛନ୍ତି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଶିଶୁ ଭବନର ଆଉଟଡୋରକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ।

ମତାମତ ଦିଅନ୍ତୁ ।

Back to top button