କଥକ ନୃତ୍ୟ କରିବେ ସନ୍ନି ଲିଓନ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନଙ୍କୁ ଅନେକ ଦିନ ହେବ ପରଦାରେ ଦେଖିବାକୁ ମିଳିନି। ଏବେ ଭିନ୍ନ ରୂପରେ ତାଙ୍କୁ ଦର୍ଶକ ଦେଖ୍‌ବାକୁ ପାଇବେ। ପୂର୍ବରୁ ହଟ୍‌ ଓ ବୋଲ୍ଡ ଅନ୍ଦାଜ ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା ସନ୍ନି କଥକ ନୃତ୍ୟ କରୁଥିବା ଦେଖିବାକୁ ମିଳିବ।

ସୂଚନା ଅନୁଯାୟୀ ସନ୍ନି ଲିଓନ ଏକ ଗ୍ରୁପ୍‌ ଡ୍ୟାନ୍ସ ‘ଅଭିମନ୍ୟୁ’ରେ ପର୍ଫମ କରିବେ। ଏହି ଡ୍ୟାନ୍ସକୁ କୋରିଓଗ୍ରଫି କରିବେ କଥକ ନୃତ୍ୟଶିଳ୍ପୀ ସନ୍ଦିପ ମହାବୀର। ସନ୍ନିଙ୍କ ପାଇଁ ଏହି ନୃତ୍ୟ ଏକ ଭିନ୍ନ ଅନୁଭବ ହେବ ବୋଲି କୁହାଯାଉଛି। ତେବେ ନିଜ ଡ୍ୟାନ୍ସକୁ ଭଲ କରିବା ପାଇଁ ସନ୍ନି ଦିନକୁ ପାଖାପାଖି ୧୨ ଘଣ୍ଟା ନୃତ୍ୟ ଅଭ୍ୟାସ କରୁଥିବା ଜଣାପଡିଛି। ତାଙ୍କର ଲକ୍ଷ୍ୟ ରହିଛି କଥକ ନୃତ୍ୟ ଓ ଅଭିନୟରେ ଦର୍ଶକଙ୍କ ମନକୁ ଜିଣିବେ। ସେଥିପାଇଁ ସେ ବିଶେଷ ଆଉଟଫିଟ୍‌ ପ୍ରସ୍ତୁତ କରିଥିବା ବେଳେ ୧୫ କିଲୋ ଓଜନର ଏକ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିବେ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।