କନ୍ୟା ଖୋଜିବାକୁ ପୋଲିସ ନିକଟରେ ଜିଦ ଧରିଲେ ଦୁଇଫୁଟ ଛଅଇଞ୍ଚ ଉଚ୍ଚର ବ୍ୟକ୍ତି

0

ସାମଲି : ଦୁଇଫୁଟ ଛଅ ଇଞ୍ଚ ଉଚ୍ଚର ବ୍ୟକ୍ତିଙ୍କ ବିବାହ ଚିନ୍ତା। ବିବାହ କରାଇ ଦେବା ପାଇଁ ସେ ପୋଲିସ ପାଖରେ ଜିଦ କରିଥିବା ଖବର ସାମ୍ନାକୁ ଆସିଥିଲା। ଏହା ପ୍ରଘଟ ହେବା ପରେ ଜଣାପଡିଛି ଏହି ବ୍ୟକ୍ତି ଜଣକ ହେଉଛନ୍ତି ୨୬ ବର୍ଷିୟ ଅଜିମ ମନସୁରୀ। ତାଙ୍କୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫୋନକରି ମୁମ୍ବାଇ ଡାକିଥିବାରୁ ସେ ତାଙ୍କ ଦାଦାଙ୍କ ସହିତ ମୁମ୍ବାଇ ଯାତ୍ରା କରିଛନ୍ତି। ତେବେ ଅଜିମଙ୍କ ପାଖକୁ ସଲମାନଙ୍କ ଫୋନ କଲ ଆସିଥିଲା ନା ଆଉ କେହି ମଜାରେ କରିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।

ଅଜିମଙ୍କ ପରିବାର ଲୋକ କହିଛନ୍ତି ତାଙ୍କୁ ବିବାହ କରିବା ପାଇଁ ଉତ୍ତରପ୍ରଦେଶ, ବିହାର ଓ ଅନ୍ୟ ରାଜ୍ୟରୁ ପ୍ରସ୍ତାବ ଆସିଛି। ତେବେ ନିକଟରେ ଅଜିମ କୋତବାଲି ଥାନାରେ ପହଞ୍ଚି ବିବାହ ପାଇଁ କନ୍ୟା ଖୋଜିବାକୁ ଜିଦ ଧରିଥିଲେ। ଆଉ କାନ୍ଦିକାନ୍ଦି କହିଥିଲେ ମୁଁ ଗରିବ। ଆମର ଆର୍ଥିକସ୍ଥିତି ଠିକ ନାହିଁ। କିନ୍ତୁ ମୁଁ ଏତିକି ଜାଣିଛି ପରିବାରର ପେଟ ପୋଷିପାରିବି। ତେଣୁ ଝିଅ ଯେମିତି ହେଲେ ଚଳିବ। କିନ୍ତୁ ପାଠପଢ଼ିଥିବା ଜରୁରୀ। ମୋର ଗୋଟିଏ କସମେଟିକ ଦୋକାନ ରହିଛି ବୋଲି ସେ କହିଥିଲେ। ଅଜିମଙ୍କ ଦୁଃଖ ଶୁଣି ରମଜାନ ପୂର୍ବରୁ ବିବାହ ହୋଇଯିବ ପୋଲିସ ପ୍ରତିଶ୍ରୁତି ଦେଇଥିବାରୁ ଅଜିମ କହିଛନ୍ତି ବିବାହ ହୋଇଗଲେ ସେ ତାଙ୍କ ପତ୍ନୀଙ୍କ ସହିତ ଗୋଆ, ସିମଲା ଓ ମନାଲି ବୁଲିବାକୁ ଯିବେ।

କେବଳ ସେତିକି ନୁହେଁ ଏହାପୂର୍ବରୁ ଅଜିମ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାବଦଙ୍କୁ ଚିଠି ଲେଖି ନିଜ ଅସୁବିଧା ବିଷୟରେ ଜଣାଇଥିଲେ। ଅଜିମଙ୍କର ୬ଜଣ ଭାଇଭଉଣୀଙ୍କ ମଧ୍ୟରୁ ସେ ତୃତୀୟ ସନ୍ତାନ।

Leave A Reply

Your email address will not be published.