କରନଜିତ ବୋହରାରୁ କେମିତି ହେଲେ ସନି ଲିୟୋନୀ ?

ମୁମ୍ବାଇ : ଏକଦା ଆମେରିକୀୟ ପର୍ଣ୍ଣ ଫିଲ୍ମ ଜଗତରେ ଛାଇଯାଇଥିବା ନାୟିକା ସନି ଲିୟୋନୀଙ୍କର ଏହା ବାସ୍ତବ ନାମ ନୁହେଁ। ତେବେ ଅଧିକ ଅର୍ଥ ରୋଜଗାର ଲାଳସାରେ ନିଜ ଇଚ୍ଛାରେ ଇଣ୍ଡଷ୍ଟ୍ରିରେ ଯୋଗଦେଇଥିବା ନାୟିକାଙ୍କ  ଏହି ଛଦ୍ମ ନାମ ତାଙ୍କ ଭାଇଙ୍କଠାରୁ ହିଁ ତାଙ୍କୁ ମିଳିଥିଲା।ହୁଏତା ଏହା ଆପଣଙ୍କୁ ଆଶ୍ଟର୍ଯ୍ୟ କରିପାରେ ହେଲେ ବି ସତ୍ଯ। ସନ୍ଦୀପ ବୋହରା  ସନିଙ୍କ ଭାଇ। ସେ ଯେଉଁ ଘରେ ରହୁଥିଲେ ସେ ଘରର ନାମ ଥିଲା ‘ସନି’। ସେହି ଘରର ନାମାନୁସାରେ ଇଣ୍ଡଷ୍ଟ୍ରିରେ କରନଜିତ ନିଜକୁ ପରିଚିତ କରାଇଥିଲେ। ତାଙ୍କ ନିଜ ନାମ ଅସ୍ତିତ୍ୱ ହରାଇଥିବା ବେଳେ ସନି ଲିଓନି ଭାବେ ସେ ଢେର ଅର୍ଥ ଓ ପ୍ରାଚୁର୍ଯ୍ୟ ହାସଲ କରିବାରେ ସମର୍ଥ ହୋଇଛନ୍ତି।

ତେବେ କେବଳ ସନି ନୁହଁନ୍ତି ତାଙ୍କ ଭାଇ ମଧ୍ୟ କମ୍ ଅର୍ଥ ରୋଜାଗାର କରିନାହାନ୍ତି । ସନିଙ୍କ ଦସ୍ତଖତ ଥିବା ପୋଷ୍ଟର ବିକି ସନ୍ଦୀପ ପ୍ରଚୁର ଅର୍ଥ କମାଇଥିଲେ। ଘରେ ସନିଙ୍କ ଅଟୋଗ୍ରାଫ ଥିବା ଏକ ପୋଷ୍ଟର ଲଗାଇଥିଲେ ସନ୍ଦୀପ। ତାକୁ ବେଶ ଉଚ୍ଚଦରରେ କ୍ରୟ କରିନେଇଥିଲେ ତାଙ୍କର ଜଣେ ବନ୍ଧୁ। ଯେଉଁଥିରୁ ସନ୍ଦୀପ ଙ୍କ ମନକୁ ଭଉଣୀଙ୍କ ପୋଷ୍ଟର ଛାପି ବିକିବାର ବୁଦ୍ଧି ଜୁଟିଯାଇଥିଲା। ଏଥିରୁ ସେ ପ୍ରଚୁର ଆୟ କରିଥିଲେ। ତେବେ ରିୟଲିଟି ଟିଭି ସୋ ପାଇଁ ଭାରତ ଆସିବା ପରେ ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ସନିଙ୍କ ମୋହଭଙ୍ଗ ହୋଇଥିଲା।

ବଲିଉଡ୍ ଫିଲ୍ମ ପାଇଁ ତାଙ୍କୁ ପ୍ରଥମେ ମହେଶ ଭଟ୍ଟ ଅଫର ଦେଇଥିଲେ। ତେବେ ଏଥିପାଇଁ ସେ ଯେତିକି ପାରଶ୍ରମିକ ଦାବି କରଥିଲେ ମହେଶଙ୍କ ହୋସ ଉଡିଯାଇଥିଲା। ତେବେ ସନି ମହେଶ ଭଟ୍ଟଙ୍କ ଫିଲ୍ମ ଜିସ୍ମ -୨ରେ ବଲିଉଡ୍ ଡେବ୍ୟୁ କରିଥିଲେ। ପରେ ତାଙ୍କ ପଛ୍ରରେ ଏବେ ପ୍ରୋଜେକ୍ଟ ଧାଡି ଲାଗିଯାଇଥିବା ବେଳେ ପର୍ଣ୍ଣ ଫିଲ୍ମ ଦିନକୁ ଭୁଲିଯାଇଛନ୍ତି।  

ମତାମତ ଦିଅନ୍ତୁ ।