କରୋନା ମୁକାବିଲା ପାଇଁ ଗଞ୍ଜାମ ଗଲେ ଦୁଇ ଆଇଏଏସ ଓ ୬ ଓଏଏସ ଅଫିସର

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି। ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହିଭଳି ସ୍ଥିତିରେ ରାଜ୍ୟ ସରକାର ଆଜି ଦୁଇଜଣ ଆଇଏଏସ ଓ ୬ ଓଏଏସ ଅଫିସରଙ୍କୁ ଗଞ୍ଜାମ ପଠାଇଛନ୍ତି। ଏହି ଅଧିକାରୀମାନଙ୍କ ମଧ୍ୟରେ ଆଇଏଏସ ପାରୁଲ ପଟୱାରୀ ଓ ବିଶାଲ ସିଂହ ରହିଛନ୍ତି। ପାରୁଲ ପଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ ଦାୟିତ୍ୱ ଦିଆଯାଇଛି। ସେହିପରି ଓଏଏସ ଅଫିସର ସୁଧାକର ନାୟକ, ଲୋକନାଥ ଦଳବେହେରା, ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତି ଓ ଶୁଭେନ୍ଦୁ କୁମାର ସାମଲଙ୍କୁ ଗଞ୍ଜାମ ପଠାଯାଇଛି। କରୋନା ପରିଚାଳନ ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଏହି ଅଧିକାରୀମାନେ କାର୍ଯ୍ୟ କରିବେ। ଉପଖଣ୍ଡ ଦାୟିତ୍ୱ ଦିଆଯାଇଛି ।

ମତାମତ ଦିଅନ୍ତୁ ।