କରୋନା ନେଗେଟିଭ ରିପୋର୍ଟ ଦେଇଥିବା ଡାକ୍ତରଖାନାର ଲାଇସେନ୍ସ ରଦ୍ଦ

ମିରଟ : ଟଙ୍କା ବଦଳରେ ଦିଆଯାଉଥିଲା କରୋନା ନେଗେଟିଭ ରିପୋର୍ଟ। ପ୍ରଥମେ ଦୁଇ ହଜାର ଅଗ୍ରୀମ। ରିପୋର୍ଟ ପାଇବା ପରେ ରୋଗୀଙ୍କଠାରୁ ନିଆଯାଉଥିଲା ବାକି ୫୦୦ଟଙ୍କା। ଏପରି ଜାଲିଆତି କରୁଥିବା ଉତ୍ତର ପ୍ରଦେଶର ମିରଟରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ସିଲ କରାଯିବା ସହିତ ଲାଇସେନ୍ସକୁ ରଦ୍ଦ କରାଯାଇଛି।

ଖବର ଅନୁଯାୟୀ କୋଭିଡ-୧୯ର ନେଗେଟିଭ ରି‌ପୋର୍ଟ ଦିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଦେଖାଯାଇଥିଲା ଡାକ୍ତରଖାନାର ଜଣେ କର୍ମଚାରୀ ଟଙ୍କା ନେଇ କୋଭିଡ-୧୯ର ନେଗେଟିଭ ରିପୋର୍ଟ ଦେଉଛନ୍ତି। ଏହି ଘଟଣା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ମିରଟ ମୁଖ୍ୟ ଚିକିତ୍ସା ଅଧିକାରୀ ଯାଞ୍ଚ ନିର୍ଦ୍ଦେଶ ସେଇଛନ୍ତି। ଡାକ୍ତରଖାନାର ମାଲିକଙ୍କ ବିରୋଧରେ ରୁଜୁ ମାମଲା ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।