କର୍ଣ୍ଣାଟକ: ୩ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟର ସରକାର ଭାଙ୍ଗିବା ପରେ ମଧ୍ୟ ରାଜନୈତିକ ବିବାଦ ଜାରି ରହିଛି। ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବିଧାନସଭା ବାଚସ୍ପତି ଆର ରମେଶ କୁମାର। ଅଯୋଗ୍ୟ ଘୋଷିତଙ୍କ ମଧ୍ୟରେ ରହିଛନ୍ତି ସ୍ଵାଧୀନ ବିଧାୟକ ଆର ଶଙ୍କର। ଅନ୍ୟ ଦୁଇ ଜଣ ହେଲେ ରମେଶ ଜାରକିହୋଲୀ ଓ ମହେଶ କୁମାତଲ୍ଲୀ। ଉଲ୍ଲେଖଯୋଗ୍ୟ ଯେ, ୧୭ଜଣ ବିଧାୟକ ଏଚଡି କୁମାରସ୍ଵାମୀ ସରକାରରେ  ବିଦ୍ରୋହ କରି ବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହି ବିଦ୍ରୋହ କାରଣରୁ ଦୁଇଦିନ ପୂର୍ବେ ୧୪ ମାସର କୁମାରସ୍ଵାମୀ ସରକାରଏ ପତ୍ତନ ହୋଇଥିଲା। 

ମତାମତ ଦିଅନ୍ତୁ ।