କଶ୍ମୀର: ୬ ଦିନରେ ଗୋଟିଏ ଗୁଳି ଫୁଟିନାହିଁ-ଡିଜିପି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ ଓ ପୋଲିସ ଗୁଳିବର୍ଷା ଖବରକୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଓ ଜମ୍ମୁ କଶ୍ମୀର ପୋଲିସ ଖଣ୍ଡନ କରିଛି। ପୋଲିସ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘାଟୀରେ ଗମ୍ଭୀର ଅବସ୍ଥା ନେଇ ଦେଇଥିବା ଟିପ୍ପଣୀ ଉପରେ ମତ ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ। ସେ କହିଛନ୍ତି ପଥରମାଡ଼ ଭଳି ମାମୁଲି ଘଟଣାକୁ ଛାଡ଼ି କୌଣସି ପ୍ରକାରର ଅପ୍ରିତିକର ଘଟଣା ହୋଇ ନାହିଁ । ଏକ ସପ୍ତାହ ହେଲା ଘାଟୀରେ ଶାନ୍ତି ଜାରି ରହିଛି। 

ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଘାଟୀରେ ପୋଲିସର ଗୁଳିବର୍ଷା ଭଳି ପ୍ରାୟୋଜିତ ଖବରକୁ ସାଧାରଣ ଲୋକେ ବିଶ୍ୱାସ କରନ୍ତୁ ନାହିଁ। ବିଗତ ୬ ଦିନ ମଧ୍ୟରେ ପୋଲିସ ଗୋଟିଏ ଗୁଳି ଚଳାଇ ନାହିଁ। ଏହି ଅଂଚଳରେ ଶାନ୍ତି ପାଇଁ ସ୍ଥାନୀୟ ଲୋକେ ସାହାଯ୍ୟ କରୁଛନ୍ତି। 

ମତାମତ ଦିଅନ୍ତୁ ।