କାଞ୍ଜିପାଣି ଘାଟିରେ ବସ୍‌ ଓଲଟିଲା, ୧୩ ଗୁରୁତର

ଭୁବନେଶ୍ଵର : କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିରେ ଆଜି ଅପରାହ୍ନରେ ବସ ଓଲଟି ପଡିବାରୁ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୬ ଜଣ ଶିଶୁ। ଗୁରୁତରଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାଇ କେନ୍ଦୁଝର ରାଇସୁଆଁ ଥାନା ମନହରପୁର ଗ୍ରାମର କିଛି ଲୋକ ଶ୍ରୀଜଗନ୍ନାଥ ବସ୍‌ରେ ସମ୍ପର୍କୀୟଙ୍କ ଘର କତରାପାଲିକୁ ଯାଇଥିଲେ। ବସଟି କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି।

ମତାମତ ଦିଅନ୍ତୁ ।