କାର୍‌ରୁ ୮ କୋଟି ଜାଲ ନୋଟ ଜବତ

କୋରାପୁଟ : ପଟାଙ୍ଗୀ ପୋଲିସ ଏକ କାର୍‌ରୁ ପ୍ରାୟ ୮ କୋଟିରୁ ଅଧିକ ପରିମାଣର ଜାଲ୍ ନୋଟ୍ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।

ଖବର ଅନୁଯାୟୀ ଆଜି ଭୋର ସମୟରେ ଏକ କାର୍‌ ବିପୁଳ ପରିମାଣର ଜାଲ ନୋଟ୍ ନେଇ ଓଡ଼ିଶା-ଆନ୍ଧ୍ର ସୀମା ଅତିକ୍ରମ କରୁଥିଲା। ପଟାଙ୍ଗୀ ପୋଲିସ ଏହି ସୂଚନା ପାଇଁ କାର୍‌ଟିକୁ ସୁଙ୍କିରେ ଅଟକାଇଥିଲା। ସେଥିରୁ ୭ କୋଟି ୯୦ ଲକ୍ଷ ଟଙ୍କାର କେବଳ ୫୦୦ ଟଙ୍କିଆ ଜାଲ୍‌ ନୋଟ ଜବତ ହୋଇଛି। ପୋଲିସ୍‌ କାର୍‌ରେ ଥିବା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

Back to top button