କିସ୍‍ର ଆଉ ଏକ ବିଶ୍ୱ ରେକର୍ଡ,ଏକାଠି ଦାନ୍ତ ଘଷିଲେ ୨୬,୩୮୨ ଛାତ୍ରଛାତ୍ରୀ

ଫୁଲବାଣୀ : କିସ୍‍ ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ୍‍ ବୁକ୍‍ ଅଫ୍‍ ୱାଲ୍‍ର୍ଡ ରେକର୍ଡସରେ ସ୍ଥାନ ପାଇଛି। ଗୁରୁବାର କିସ୍‍ର ୨୬,୩୮୨ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ଏକ ସମୟରେ ଦାନ୍ତ ଘଷି ଏହି ରେକର୍ଡ କରିଛନ୍ତି। ଏହା ହେଉଛି କିସର୍‍ ୪ର୍ଥ ବିଶ୍ଵ ରେକର୍ଡ। ‘ଜାତୀୟ ଦାନ୍ତ ଘଷା ଦିବସ’ଓ ଇଣ୍ଡିଆନ୍‍ ଆସୋସିଏସନ୍‍ ଅଫ୍‍ହେଲଥ୍‍ ଡେଣ୍ଟଷ୍ଟ୍ରି (ଆଇଏପଏଚ୍‍ଡି)ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଡେଣ୍ଟାଲ୍‍ ସାଇନ୍‍ସେସ୍‍ ପକ୍ଷରୁ କୋଲଗେଲ୍‍ ପାମୋଲିଭ ଏବଂ ଆଇଏପଏଚଡିର ମିଳିତ ସହଯୋଗରେ ଏହି କାର୍ଯ୍ୟ କମ୍ର ଅନଷ୍ଠୁତି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ସୂଚନା, ଲୋକସମ୍ପର୍କ ତଥା ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ, କୋଲଗେଟ୍‍ ପାମୋଲିଭ (ଇଣ୍ଡଅ।)ର ପରଚାଳନା ନିର୍ଦ୍ଦେଶକ ରାମ ରାଘବନ, ଗିନଜି ବୁକୁ ଅଫ୍‍ୱାଲର୍ଡ ରେକଡର୍ସର ପତ୍ରନିଧି ଋଷି ନାଥ, ଆଇଏପଏଚଡିର ସାଧାରଣ ସମ୍ପାଦକ ଡ. ସବ୍ୟସାଚୀ ସାହା, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର ଏନ୍‍ ଦାଶ ପ୍ରମୁଖ ଯୋଗଦେଇଥିଲେ।

ମତାମତ ଦିଅନ୍ତୁ ।