କିସ୍ ପରିଦର୍ଶନରେ ଆମେରିକା କନ୍ସୁଲ ଜେନେରାଲ୍


ଭୁବନେଶ୍ୱର : ହାଇଦ୍ରାବାଦସ୍ଥିତ ଆମେରିକା କନ୍ସୁଲେଟ୍ ଜେନେରାଲ୍ ଅବସ୍ଥାପିତ କନ୍ସୁଲ୍ ଜେନେରାଲ୍ ଜୋଏଲ୍ ରେଫ୍ମ୍ୟାନ୍ ସୋମବାର କିସ୍ ଓ କିଟ୍ ପରିଦର୍ଶନ କରିଛନ୍ତି। ସେ କିଟର କ୍ୟାମ୍ପସ୍ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ଏହି ଅବସରରେ କିସ୍ ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଲେ ଏହା ମୋର ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବା ବେଳେ କିସ୍ ପରିଦର୍ଶନ କରି ନିଜକୁ ଭାଗ୍ୟବାନ ମନେକରୁଛି। କିସ୍ ସହ ଆମେରିକାର ସଂପର୍କ ଦୀର୍ଘଦିନରୁ ରହିଆସିଛି। କିସ୍ ବିଷୟରେ ମୁଁ ମୋର ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପୂର୍ବରୁ ଶୁଣିଥିଲି। କିସ୍ ପରିଦର୍ଶନ ପରେ ମୁଁ ଅଭିଭୂତ ହୋଇଛି। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, କିସ୍ ରେ ମୁଁ ଭାରତର ଭବିଷ୍ୟତ ଦେଖିପାରୁଛି। ବିଶ୍ୱର ଏକ ସର୍ବୋତ୍କୃଷ୍ଟ ସ୍କୁଲରେ ପଢ଼ୁଥିବାରୁ ତୁମେମାନେ ଗର୍ବ ଅନୁଭବ କରିବା ଉଚିତ ବୋଲି କହିବା ସହିତ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ କିଟ୍ ଓ କିସ୍ ସଂପାଦକ ଆର ଏନ୍ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ମତାମତ ଦିଅନ୍ତୁ ।