କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପର୍ଯ୍ୟ।ପ୍ତ ସୁଯୋଗ ରହିଛି-ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର: ରାଜ୍ୟରେ କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପର୍ଯ୍ୟ।ପ୍ତ ସୁଯୋଗ ରହିଛି। ଏହାଦ୍ଵାରା ଷୀମାନଙ୍କର ଆୟ ବହୁଗୁଣିତ ହେବା ସହିତ ବ୍ୟାପକ କର୍ମନିକ୍ତି ସୃଷ୍ଟି ହୋଇ ପାରିବ। ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।

ଶୁକ୍ରବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଭେଟେରିନାରୀ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପାଳନ ହୋଇଛି ବିଶ୍ୱ ଅଣ୍ଡା ଦିବସ। ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ସୁସ୍ଥ ଶରୀର ନିମନ୍ତେ ଅଣ୍ଡା ଅତ୍ୟନ୍ତ ଉପାଦେୟ। ତେଣୁ ରାଜ୍ୟ ସରକାର ଲୋକମାନଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶା କୁକୁଟ୍ଟ ନୀତି-୨୦୧୫ ପ୍ରଣୟନ କରିଛନ୍ତି। ରାଜ୍ୟରେ ଦୈନିକ ଅଣ୍ଡା ଉତ୍ପାଦନ ୨୦୧୪-୧୫ରେ ୫୨ ଲକ୍ଷରୁ ବୃଦ୍ଧି ପାଇ ବର୍ତ୍ତମାନ ୬୫ ଲକ୍ଷରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ କୁକୁଡ଼ା ଚାଷୀଙ୍କୁ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ସାଧାରଣ ବର୍ଗର ହିତାଧିକାରୀଙ୍କ ପାଇଁ ୪୦ ପ୍ରତିଶତ ଏବଂ ମହିଳା ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ଏହି ଉତ୍ସବରେ ଗଣମାଧ୍ୟମର ଉପଦେଷ୍ଟା ତଥା ଅଲ୍‌ ଓଡ଼ିଶା ଲେୟର ଫାମର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଣ୍ଡା ଉତ୍ପାଦନ ବୃଦ୍ଧି ଏବଂ ଅଧିକ କୁକୁଡ଼ା ଫାର୍ମ ପ୍ରତିଷ୍ଠା ଦିଗରେ ଥିବା ସମସ୍ୟା ସଂ ପର୍କରେ ଆଲୋଚନା କରିଥିଲେ। ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁ ପ୍ରସାଦ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲ୍‌, ପ୍ରାଣୀସଂପଦ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରମୁଖ ଉଦ୍‌ବୋଧନ ଦେଇ ଅଣ୍ଡାଦିଆ କୁକୁଡ଼ା ପାଳନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ।

ମତାମତ ଦିଅନ୍ତୁ ।