କେନ୍ଦ୍ରୀୟ ଯୋଜନା ହଡପ: ବ୍ଲକ ଓ ମ୍ୟୁନିସିପାଲିଟି ଘେରାଉ କରିବ ବିଜେପି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଏହା ସଂଘୀୟ ବ୍ୟବସ୍ଥାର ବିରୋଧ। ତେଣୁ ଆଗାମୀ ୨୭ ତାରିଖ ଦିନ ବିଜେପି ପକ୍ଷରୁ ଏହା ବିରୁଦ୍ଧରେ ରାଜ୍ୟର ସମସ୍ତ ବ୍ଲକ, ଏନଏସି ଓ ମ୍ୟୁନିସପାଲିଟି ଘେରାଉ କରାଯିବ। ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯିବ ବୋଲି ରାଜ୍ୟ ସଭାପତି ତଥା ସାସଂଦ ବସନ୍ତ ପଣ୍ଡା କହିଛନ୍ତି।

ସୋମବାର ସାମ୍ବାଦିକ ସମ୍ମିଳନୀରେ ପଣ୍ଡା କହିଛନ୍ତି ଯେ, ୨୦୧୧ ଜନଗଣନା ଆଧାରରେ ଏସ୍‌ଇସିସି ଲିଷ୍ଟ ଅନୁଯାୟୀ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଗରିବ ହିତାଧିକାରୀ ସୂଚୀ ତଦାରଖ କରିବା କଥା। କିନ୍ତୁ ଏହା ହେଉନଥିବାରୁ ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ ହେଉଛନ୍ତି। ଗୋଟିଏ ପରିବାରରେ ୨ରୁ ୩ ଜଣଙ୍କ ନାଁରେ ପକ୍କା ଘର ଦିଆଯାଉଛି। କାର୍ଯ୍ୟାଦେଶ ପାଇଁ ଅର୍ଥ କାରବାର ହେଉଥିବା ନଜରକୁ ଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ସୁରମା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।