କେନ୍ଦ୍ର ସରକାର ବଢାଇବେ ୫% ମହଙ୍ଗା ଭତ୍ତା !

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (ଡିଏ) ୫ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସ୍‌ ଆଧାରରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏବେ ସୀମାନେ ୧୨ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି।

କେନ୍ଦ୍ର ସରକାର ଜାନୁଆରି ୨୦୧୯ରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହା ୨୦୧୯ ଜୁଲାଇ ଠାରୁ କାର୍ଯ୍ୟକାରୀ ହୋଇ ଥାଆନ୍ତା। କିନ୍ତୁ କେତେକ କାରଣରୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନଥିଲା। ଆଗକୁ ପାର୍ବଣର ଋତୁ ଥିବାରୁ ଅଗଷ୍ଟ ଶେଷ ସୁଦ୍ଧା କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକି ମୋଦୀ ସରକାରଙ୍କ ପୂଜା ଭେଟି ହେବ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।