କେନ୍ଦୁଝର: କୁଶ ଆପଟଙ୍କ ଗାଡି ଦୁର୍ଘଟଣା, ଡ୍ରାଇଭର ମୃତ, ୭ ଗୁରୁତର

ଯୋଡା : କେନ୍ଦୁଝର ଜିଲ୍ଲା ବିଜେଡି ନେତା କୁଶ ଆପଟଙ୍କ ଇନୋଭା ଗାଡ଼ି ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ କୁଶ ଆପଟଙ୍କ ସ୍ତ୍ରୀ ଓ ଝିଅଙ୍କ ସମେତ ୭ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ମିଳିଥିବା ଖବର ଅନୁଯାୟୀ ବିଜେଡି ନେତା କୁଶ ଆପଟଙ୍କ ପରିବାର ସଦସ୍ୟଙ୍କ ସହିତ ଏକ ଇନୋଭା କାର୍‌ରେ କେନ୍ଦୁଝର ଅଭିମୁଖେ ଯାଉଥିଲେ। ଦିନ ପ୍ରାୟ ୧୧ଟା ସମୟରେ ଏନ୍‌ଏଚ୍‌-୫୨୦ର ନାରଦପୁର ଠାରେ ବିପରୀତ ଦିଗରୁ ଆସୁଥିବା ହାଇୱା କୁଶଙ୍କ ଇନୋଭାକୁ ଧକ୍କା ଦେଇଥିଲା। ଫଳରେ କାର୍‌ ଚାଳକ ଯୋଡ଼ା ପେନୁ ମହାକୁଡ଼ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଗୁରୁତର ଆହତମାନଙ୍କୁ ଯୋଡ଼ା ଟାଟାଷ୍ଟିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।