କେରଳ: ବିଜେପି ଯୋଗାଯୋଗରେ କଂଗ୍ରେସର ୩ ବିଧାୟକ ଓ ୬ ସାଂସଦ

ନୂଆଦିଲ୍ଲୀ: କେରଳ କଂଗ୍ରେସର ୬ଜଣ ସାଂସଦ ଓ ୩ଜଣ ବିଧାୟକ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଯୋଗାଯୋଗରେ ଅଛନ୍ତି। କେରଳର ବରିଷ୍ଠ ବିଧାୟକ ତଥା ଏନଡିଏର ସହଯୋଗୀ ଜନପକ୍ଷମ୍‌ ସେକ୍ୟୁଲାର ପାର୍ଟିର ନେତା ପିସି ଜର୍ଜ ଏହି ଦାବି କରିଛନ୍ତି। ସେ ମଧ୍ୟ ସୂଚନା ଦେଇଛନ୍ତି କେରଳ ଜନପକ୍ଷମ୍‌ ସେକ୍ୟୁଲାର ପାର୍ଟି ନିକଟରେ ଏନଡିଏରେ ସାମିଲ୍‌ ହୋଇଛି।

କର୍ଣ୍ଣାଟକ ଓ ଗୋଆରେ ଦଳ ବଦଳ ରାଜନୀତି ଚାଲିଥିବା ସମୟରେ ପିସି ଜର୍ଜଙ୍କ ଏହି ବୟାନ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି । ଚର୍ଚ୍ଚା ହେଉଛି କର୍ଣ୍ଣାଟକ ପରେ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି। ଏଥିପାଇଁ ବିରୋଧୀ ଦଳର ନେତାମାନେ ଆଗ୍ରହ ପ୍ରକାଶ କରୁଥିବା କୁହାଯାଉଛି। ନିଜ ଦଳର ପ୍ରଦେଶ କମିଟିର ବୈଠକ ପରେ ପିସି ଜର୍ଜ କହିଥିଲେ ଯେ ତାଙ୍କ ପାଖରେ ଠୋସ ପ୍ରମାଣ ଥିଲେ ବି ସେ ଏବେ ଖୁଲାସା କରିବେ ନାହିଁ। ଖୁବ୍‌ଶୀଘ୍ର ତାଙ୍କ କଥା ସତ୍ୟ ସାବ୍ୟସ୍ତ ହେବ। ଅପରପକ୍ଷରେ କଂଗ୍ରେସ ନେତାମାନେ ଏହାକୁ ଅସ୍ୱୀକାର କରିଛନ୍ତି।

ମତାମତ ଦିଅନ୍ତୁ ।