କୋଣାର୍କ: ଯୁବତୀଙ୍କୁ ଅସଦାଚରଣ କରି ରାସ୍ତାରେ ଫିଙ୍ଗିଦେଲେ

ଭୁବନେଶ୍ଵର : କୋଣାର୍କରେ ଲଜ୍ଜାଜନକ ଘଟିଛି। ଯୁବତୀଙ୍କୁ ଅସଦାଚରଣ କରିବା ପରେ ରାସ୍ତାରେ ଫିଙ୍ଗିଦେଇ ଦୁଇଜଣ ଯୁବକ ଘଟଣାସ୍ଥଳରୁ ଖସି ଯାଇଛନ୍ତି। ଚମ୍ପଟ ମାରିଥିଲେ।

ଖବର ଅନୁଯାୟୀ ରବିବାର କୋଣାର୍କରେ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଆସି ଅସଦାଚରଣ କରିଥିଲେ। ଯୁବତୀ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ଯୁବକଦ୍ଵୟ ପିଟିପିଟି ଲହୁଲୁହାଣ କରିବା ସହିତ ରାସ୍ତାରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକେ ଯୁବତୀକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିବା ପରେ ଘଟଣାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।