କୋହଳ ହେଲା ନିୟମ: ମେଡିସିନ୍‌ରେ ପିଜି ଡିପ୍ଲୋମାଧାରୀ କରିପାରିବେ ଶିକ୍ଷାଦାନ

ନୂଆଦିଲ୍ଲୀ: ମେଡିକାଲ୍‌ କାଉନସିଲ ଅଫ୍‌ ଇଣ୍ଡିଆ (ଏମ୍‌ ସିଆଇ) ଶିକ୍ଷାଦାନର ନିୟମ କୋହଳ କରିଛି। ଏଣିକି ଯେଉଁମାନଙ୍କର ମେଡିସିନ୍‌ରେ ପିଜି ଡିପ୍ଲୋମା ଯୋଗ୍ୟତା ଥିବ ସେମାନେ ମେଡିକାଲ୍‌ କଲେଜରେ ଶିକ୍ଷାଦାନ କରିପାରିବେ।

ସୂଚନାଯୋଗ୍ୟ ଯେ, ଭାରତରେ ୫୨୯ଟି ମେଡିକାଲ୍‌ କଲେଜ୍‌ ରହିଛି। ସେଥିରେ ରହିଛି ୮୦ ହଜାର ଏମବିବିଏସ୍‌ ଓ ୪୫ ହଜାର ପିଜି ସିଟ୍‌ ରହିଛି। କିନ୍ତୁ ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ଲାଗି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି। ବର୍ତ୍ତମାନର ନିୟମ ହେଲା ଏମ୍‌ ଏସ୍‌, ଏମ୍‌ଡି କିମ୍ବା ଡିଏନ୍‌ବି ଯୋଗ୍ୟତା ଥିବା ଏମ୍‌ବିବିଏସ୍‌ ଡାକ୍ତରମାନେ ଶିକ୍ଷାଦାନ କରିପାରିବେ। ଏହି ନିୟମକୁ ମେଡିକାଲ୍‌ କାଉନସିଲ ଅଫ୍‌ ଇଣ୍ଡିଆ (ଏମ୍‌ ସିଆଇ) କର୍ତ୍ତୃପକ୍ଷ କୋହଳ କରିଥିବାରୁ ନୂଆ ବ୍ୟବସ୍ଥା ଅନୁଯାୟୀ ଯେଉଁମାନଙ୍କର ମେଡିସିନ୍‌ରେ ପିଜି ଡିପ୍ଲୋମା ଯୋଗ୍ୟତା ଥିବ ସେମାନେ ମେଡିକାଲ୍‌ କଲେଜରେ ଶିକ୍ଷାଦାନ କରିପାରିବେ। ଏଥିପାଇଁ ବୟସ ସୀମାରେ ମଧ୍ୟ କୋହଳ କରାଯାଇଛି।

ମତାମତ ଦିଅନ୍ତୁ ।