ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଅଣାୟତ୍ତ ହେଉଛି। ସଂକ୍ରମଣ ରୋକିବାକୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ଦିନକୁ ଦିନ ସଂଖ୍ୟା ବଢି ଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନେଇଛନ୍ତି କଠୋର ନିଷ୍ପତ୍ତି। ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରାଯାଇଛି। ଜିଲ୍ଲାର କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଏହାବ୍ୟତୀତ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶନାମା ଜାରି କରିଛନ୍ତି। ମେଡିକାଲରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦୃଷ୍ଟିରୁ ଏହି ନିଆଯାଇଥିବା ବେଳେ ସାଧାରଣ ରୋଗୀଙ୍କୁ ରୁଟିନ୍ ଓପିଡିକୁ ନ ଯିବାକୁ କୁହାଯାଇଛି। ରୋଗୀମାନଙ୍କୁ ଟେଲି ମେଡିସିନ୍ ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।