ସହରରେ ରହୁଥିବା ଗରିବଙ୍କୁ ମିଳିବ ସୁଲଭ ମୂଲ୍ୟରେ ଘର

ନୂଆଦିଲ୍ଲୀ : ସହରରେ ରହୁଥିବା ଗରିବ ଓ ପ୍ରବାସୀଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଓ ସିସିଇଏ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ବେଳେ ଏଏଚଆରସିକୁ ମିଳିଛି ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ ଜରିଆରେ ଗରିବ ଦିନ ମଜୁରିଆଙ୍କ ପାଇଁ ଏହି ଘର ତିଆରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜାଭଡେକର କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନାରେ ଶ୍ରମିକମାନଙ୍କୁ ସରକାର ଘର ଯୋଗାଇ ଦେବେ। ସେଥିପାଇଁ ୧.୧୫ ଲକ୍ଷ ଘର ତିଆରି ହେବ। ଏହି ଘରେ ଗୋଟିଏ ବେଡ ରୁମ ଓ ରୋଷେଇ ଘର ରହିବ। ଏହି ଯୋଜନାରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ୫୦ ପ୍ରତିଶତ ଅତିରିକ୍ତ ଏଫଏଆର ଓ ଏଫଏସଆର, ଟିକସ ରିଲିଫ୍ ଭଳି ସରକାର ବିଶେଷ ପ୍ରୋତ୍ସାହନ ପ୍ରଦାନ ଦେବ। ଏହାଛଡା ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ୱର ମାସ ଯାଏଁ ବୃଦ୍ଧି କରାଯାଇଥିବା ବେଳେ ଉଜ୍ଜଳା ଯୋଜନାରେ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟାଯିବ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।