ଗଲବାନ ସଂଘର୍ଷର କାରଣ କହିଲେ ବିକେ ସିଂ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲବାନ ଘାଟିରେ ବାସ୍ତବିକ ନିୟନ୍ତ୍ରଣ ରେଖା ଏଲ୍‌ଏସିରେ ବିଗତ ଦିନରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସୀମାନେ ଉତେଜନା ଲାଗି ରହିଛି । ତେବେ ଏହି ସଂଘର୍ଷର କାରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିକେ ସିଂ ବଡ଼ କଥା କହିଛନ୍ତି । ବିକେ ସିଂ କହିଛନ୍ତି ଚୀନ ସୈନ୍ୟଙ୍କ ଟେଂଟରେ ଅଚାନକ ନିଆଁ ଲାଗିଯାଇଥିଲା । ଯାହାପରେ ଭାରତୀୟ ସୈନ୍ୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ତେବେ ଏହା କହିବା ମୁସକିଲ୍ କି ଚୀନ ସୈନ୍ୟମାନେ ଟେଂଟରେ କ’ଣ ରଖିଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଶ୍ରୀ ସିଂ କହିଛନ୍ତି ୧୫ ଜୁନରେ ଆମର କମାଣ୍ଡିଂ ଅଫିସର ଗଲବାନ ଘାଟିରେ ଚୀନ ସୈନିକମାନେ ପଛକୁ ହଟିଛନ୍ତି କି ନାହିଁ ଦେଖିବାକୁ ଯାଇଥିଲେ । ଏହି ସମୟରେ ଚୀନ ସୈନ୍ୟମାନେ ପାଟ୍ରୋଲିଂ ପଏଁଟ-୧୪ରେ ଥିବା ଦେଖିଥିଲେ । ଏହାହୁ ନେଇ ଦୁଇ ସେନାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ସମୟରେ ଭାରତୀୟ ଅଫିସର ସେଠାରୁ ଟେଂଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେତିକିବେଳ ଟେଂଟରେ ନିଆଁ ଲାଗିଯାଇଥିଲା । ତେବେ ଚୀନ ସୈନିକମାନେ ଅଚାନକ ଆକ୍ରମଣ କରିବାରୁ ଆମ ସୈନ୍ୟମାନେ ଉଚିତ୍ ଜବାବ ଦେଇଥିଲେ । ଅନ୍ଧାରରେ ୫୦୦ରୁ ୬୦୦ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସୂଚନାଥାଉକି ୧୫ଜୁନ ରାତିରେ ଘଟିଥିବା ସଂଘର୍ଷରେ ୨୦ଭାରତୀୟ ଜବାନ ସହିଦ ହୋଇଥିବାବେଳେ ଚୀନର ୪୩ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା ।

ମତାମତ ଦିଅନ୍ତୁ ।