ଗାଁ ବିବାଦ ପାଇଁ ଭଉଣୀ ମୃତଦେହ ସାଇକେଲରେ ବୋହିଲେ ଦୁଇଭାଇ

ଭୁବନେଶ୍ଵର : ଗାଁ ବିବାଦ ଭଉଣୀ ମୃତଦେହ ମଶାଣିକୁ ନେବାରେ ବାଧକ ସଜିଲା। ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବାକୁ ଗାଁ’ର କେହି ଆସିଲେନି। ଶେଷରେ ଦୁଇ ଭାଇ ସାଇକେଲରେ ବୋହିନେଲେ ଭଉଣୀର ମର ଶରୀର। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋତି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଏହି ଗ୍ରାମର ମହିଳା ନୂଆଖାଇ ପାଣ୍ଡେଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କ ସଂସ୍କାର ପାଇଁ ସହଯୋଗ କରିବାକୁ ଦୁଇଭାଇ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କେହି ଆସିଲେନି। ପୂର୍ବରୁ ନୂଆଖାଇଙ୍କ ପରିବାର ସହ ଗ୍ରାମବାସୀଙ୍କର ବିବାଦ ରହିଥିବା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟିହେଲା। ଶେଷରେ କୌଣସି ଉପାୟ ନପାଇ ଦୁଇଭାଇ ପୁସ୍ତମ ପାଣ୍ଡେ ଓ ଟେକ ପାଣ୍ଡେ ଭଉଣୀର ମୃତଦେହକୁ ସାଇକେଲରେ ବୋହି ମଶାଣିକୁ ନେଇଥିଲେ। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ମତାମତ ଦିଅନ୍ତୁ ।