ଗାନ୍ଧୀ ଜୟନ୍ତୀ ଠାରୁ ରେଲୱେ ଷ୍ଟେସନରେ ପ୍ଲାଷ୍ଟିକ୍ ବ୍ୟନ୍

ନୂଆଦିଲ୍ଲୀ : ରେଲୱେ ଷ୍ଟେସନରେ ୨ ଅକ୍ଟୋବରରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଯିବ । ଏନେଇ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋୟଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲାରୁ ନିଜ ଉଦବୋଧନରେ ଲୋକଙ୍କୁ ପ୍ଲାଷ୍ଟିକର ବ୍ୟାଗ୍ ବ୍ୟବହାର ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ୨ ଅକ୍ଟୋବରରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ।

ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପ୍ଲାଷ୍ଟିକ୍ ପ୍ରଦୂଷଣ ବଢିବାରେ ଲାଗୁଛି । ଏହା ସମୁଦ୍ରର ମଧ୍ୟ କ୍ଷତି କରୁଛି । ମହାରାଷ୍ଟ୍ର ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ରୋକ ଲଗାଇ ନୋଟିଫିକେସନ୍ ଜାରି କରିସାରିଛନ୍ତି । ଏହାନୁସାରେ ପ୍ଲାଷ୍ଟିକ କିମ୍ବା ଥର୍ମକୋଲରେ ପ୍ରସ୍ତୁତ କପ୍, ପ୍ଲାଷ୍ଟିକ୍ ସପିଂ ବ୍ୟାଗ୍, ପେଟ୍ ପ୍ଲାଷ୍ଟିକ୍ ବୋତଲ(୨୦୦ ml ପର୍ଯ୍ୟନ୍ତ) ଏବଂ ଷ୍ଟ୍ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ବ୍ୟତୀତ ପାଣି ପାଉଚ୍ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି ।

ପ୍ରଥମ ଥର ପାଇଁ ନିୟମ ଭାଙ୍ଗିଲେ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ । ଦ୍ୱିତୀୟ ଥର ପାଇଁ ଭାଙ୍ଗିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି ଏହା ପରେ ମଧ୍ୟ କିଏ ନିୟମ ଭାଙ୍ଗେ ତେବେ ୨୫ ହଜାର ଟଙ୍କା ଜୋରିମାନା ଏବଂ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ ।

ମତାମତ ଦିଅନ୍ତୁ ।