ଗାନ୍ଧି ପରିବାର ଠାରୁ ଏସପିଜି ସୁରକ୍ଷା ହଟିଲା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନିକଟରୁ ଏସପିଜି ସୁରକ୍ଷା ହଟାଇଦିଆଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ସୁରକ୍ଷା ସମୀକ୍ଷା କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଏସପିଜି ସୁରକ୍ଷା ରହିବ। 

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାନ୍ଧି ପରିବାରକୁ ମିଳିଥିବା ଏପିଜି ସୁରକ୍ଷାକୁ ହଟାଯାଇଛି। କଂଗ୍ରେସର ଏହି ତିନି ନେତାଙ୍କୁ ଏବେ ଜେଡପ୍ଲସ ସୁରକ୍ଷା ପ୍ରଦାନ କରାଯିବ। ସୁରକ୍ଷା ଦାୟିତ୍ଵରେ ରହିବେ ସିଆପିଏଫର କମାଣ୍ଡୋ। ସୁରକ୍ଷାରେ ନିୟୋଜିତ ହେବେ। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଏସପିଜି ହଟାଇ ଜେଡପ୍ଲସ ସୁରକ୍ଷା ଶ୍ରେଣୀରେ ସାମିଲ କରାଯାଇଛି।

ମତାମତ ଦିଅନ୍ତୁ ।