ଗୋଆ ମନ୍ତ୍ରିମଣ୍ଡଳ ଅଦଳବଦଳ : ଚନ୍ଦ୍ରକାନ୍ତ କାଭେଲକର ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ମନ୍ତ୍ରିମଣ୍ଡଳରେ ସାମିଲି ପୂର୍ବତନ ବିରୋଧୀଦଳ ନେତା ଚନ୍ଦ୍ରକାନ୍ତ କାଭେଲକର ଓ ଉପବାଚସ୍ପତି ମାଇକେଲ ଲୋବୋ। କାଭେଲକରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବା ବେଳେ ୩ଜଣ କଂଗ୍ରେସ ଓ ଜଣେ ବିଜେପିକୁ ମିଶାଇ ୪ଜଣ ବିଧାୟକଙ୍କୁ ମନ୍ତ୍ରିପରିଷଦରେ ସ୍ଥାନ ମିଳିଛି । ଅନ୍ୟ ୨ଜଣ ଜେନିଫର ମନସେରଟେ ଓ ଫିଲିପ୍‍ ନେରି ରଡରିଗସ୍‍ଙ୍କୁ ମଧ୍ୟ ମନ୍ତ୍ରିପରିଷଦରେ ସାମିଲ କରାଯାଇଛି । ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ମନ୍ତ୍ରୀମାନଙ୍କୁ ପଦ ଓ ଗୋପୀୟତାର ଶପଥପାଠ କରାଇଛନ୍ତି।

ମତାମତ ଦିଅନ୍ତୁ ।