ଗୋଟିଏ ଘରେ ୧୩ ଯୁବତୀ ଓ ୩ ଗ୍ରାହକ, ଖୋଲାମେଲାରେ ଚାଲିଥିଲା ଦେହ ବ୍ୟବସାୟ

ନୂଆଦିଲ୍ଲୀ : ଆଗରାର ତାଜଗଞ୍ଜ ଥାନା ଅନ୍ତର୍ଗତ ବସୋଈରେ ଗୋଟିଏ ଘରେ ଚାଲିଥିଲା ଦେହ ବ୍ୟବସାୟ। ଏହି କାର୍ଯ୍ୟରେ ସାମିଲ ଯୁବତୀମାନେ ଗ୍ରାହକ ପିଛା ସଞ୍ଚାଳିକାଙ୍କୁ ଦେଉଥିଲେ ୧୫୦ ଟଙ୍କା। ଏକ ସ୍ୱେଚ୍ଛାସେବୀ ସଂସ୍ଥାର ଅଭିଯୋଗ କ୍ରମେ ତାଜଗଞ୍ଜ ପୋଲିସ ଚଢଉ କରିଥିଲା। ଭିତରର ଦୃଶ୍ୟଥିଲା ଲଜ୍ଜାଜନକ। ଏଠାରେ ଥିଲେ ୧୩ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକ ଓ ସଞ୍ଚାଳନ କରୁଥିବା ୨ଜଣ ମହିଳା। ବି ଥିଲେ। ଯୁବତୀମାନେ ଗ୍ରାହକଙ୍କ ସହ ଖୋଲାଖୋଲି ଚଳାଇଥିଲେ ଦେହ ବ୍ୟବସାୟ। ପୋଲିସ ୧୮ ଜଣଙ୍କୁ ଧରି ଥାନାକୁ ନେଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ସ୍ଥାନୀୟ ଯୁବତୀ ଥିବା ବେଳେ ଆଉ କିଛି ଯୁବତୀଙ୍କୁ ବାହାରୁ ଆଣି ବ୍ୟବସାୟରେ ଲିପ୍ତ କରାଯାଇଥିବା ଜଣାପଡିଛି।

ତେବେ ସ୍ୱେଚ୍ଛାସେବୀ ସଂସ୍ଥାର ଅଭିଯୋଗ ଯୁବତୀଙ୍କୁ ଇଛା ବିରୋଧରେ ଏଠାକୁ ଅଣାଯାଇ କୁତ୍ସିତ କାରବାରରେ ନିୟୋଜିତ କରାଯାଉଛି। କିନ୍ତୁ ପୋଲିସର ଜେରା ବେଳେ ସେମାନେ କହିଛନ୍ତି ନିଜ ଇଚ୍ଛାରେ ଆସି ଏହି କାମରେ ସାମିଲ ହୋଇଛନ୍ତି। ବ୍ୟବସାୟ ସଞ୍ଚାଳନ କରୁଥିବା ମହିଳା ଯୁବତୀଙ୍କ ରହିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଇ ଅର୍ଥ ରୋଜଗାର କରୁଥିଲେ। ଗ୍ରାହକ ପିଛା ଦୈନିକ ୧୫୦ ଟଙ୍କା ନେଉଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।