ଘରେ ପଶି ୩ ଜଣଙ୍କୁ ଦୁର୍ବୃତ୍ତ ହାଣିଲେ

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଇଙ୍ଗିନାଠି ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ହାଣିଛନ୍ତି ଦୁର୍ବୃତ୍ତ। ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆହତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘ

ଖବର ଅନୁଯାୟୀ ଇଙ୍ଗିନାଠି ଗାଁର ଦେବରାଜ ଗୁରୁ ଘରେ ନଥିବା ସମୟରେ ୩ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା ଧରି ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ଦେବରାଜଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ବୋହୂ ସମିତା ଓ ନାତୁଣୀ ପୁଷ୍ପାଞ୍ଜଳୀ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତେବେ ଦୁର୍ବୃତ୍ତମାନଙ୍କୁ ଗାଁ ଲୋକେ କାବୁକରି ପୋଲିସ ଜିମାରେ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।