ଘାଟିରେ ବସ୍‌ ଓଲଟି ୧୫ ଆହତ

ଭୁବନେଶ୍ଵର : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଥିବା ଘାଟିରେ ‘ଇସ୍ପାତ’ ନାମକ ଏକ ବସ୍‌ ଆଜି ଭୋର୍‌ରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସଟି କଟକରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ମତାମତ ଦିଅନ୍ତୁ ।