ଚାଷୀର ଉନ୍ନତି ଓ ଅଧିକାର ପାଇଁ ନୀତି ଆୟୋଗ ବୈଠକରେ ଓଡ଼ିଶା ରଖିଲା ୬ଟି ପ୍ରସ୍ତାବ

ଭୁବନେଶ୍ଵର : ମୁମ୍ବାଇ ନୀତି ଆୟୋଗ ବୈଠକରେ ଚାଷ ଓ ଚାଷୀର ଉନ୍ନତି ପ୍ରସଙ୍ଗରେ ଆଲୋଚନା ହୋଇଛି। ଓଡିଶା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି ୬ଟି ପ୍ରସ୍ତାବ। ଚାଷୀଙ୍କ ଉନ୍ନତି ଓ ଅଧିକାର ପାଇଁ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସ୍ତାବ ଗୁଡିକ ଉପସ୍ଥାପନ କରିଥିବା ସୂଚନା ଦେଇଛନ୍ତି।

ଶୁକ୍ରବାର ମୁମ୍ବାଇ ମାଲାବାର ହିଲସ୍ଥିତ ଗେଷ୍ଟହାଉସରେ ଅନୁଷ୍ଠିତ ହୋଇଥିଲା ନୀତି ଆୟୋଗ ବୈଠକ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର କୃଷିମନ୍ତ୍ରୀ ଅରୁଣ ସାହୁ ଯୋଗଦେଇଥିଲେ। ବୈଠକ ସମ୍ପର୍କରେ ସେ କହିଛନ୍ତି ଯେ, ରାଜ୍ୟ ସରକାର କୃଷକଙ୍କ ଅଧିକାର ଓ ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ତେଣୁ ଏ ନେଇ ୬ଟି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି। ପ୍ରଥମତଃ ଭାଗଚାଷୀ ଯେପରି ସହଜରେ କୃଷି ଋଣ, ଉଦ୍ୟାନ କୃଷି ଓ ପଶୁ ପାଳନର ଉନ୍ନତି ଓ ମତ୍ସ୍ୟଜୀବୀଙ୍କୁ ସରକାରଙ୍କ ବିଭିନ୍ନ ବୀମାରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବ ଦିଆଯାଇଛି। ଏହାଛଡା କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ ସହିତ ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀଙ୍କୁ ସୁଦୃଢ଼ ପାଇଁ ସେ ପ୍ରସ୍ତାବ ରଖିଥିବା ସୂଚନା ଦେଇଛନ୍ତି।  

ମତାମତ ଦିଅନ୍ତୁ ।