ଚୀନ ନାଗରିକଙ୍କ ପାଇଁ ଇ-ଭିସା ନିୟମ କୋହଳ

ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନାରେ ଚୀନ ନାଗରିକଙ୍କ ଇ-ଭିସା ନିୟମରେ କୋହଳ କରିବାକୁ ଘୋଷଣା କରିଛି। ଏବେ ଚୀନ ନାଗରିକଙ୍କୁ ୫ ବର୍ଷର ଅବଧି ପାଇଁ ଭିସା ପ୍ରଦାନ କରାଯିବ। ଏହି ଭିସାର ମୂଲ୍ୟ ପ୍ରାୟ ୫୬୦୦ ଟଙ୍କା ବା ୮୦ ଡଲାର ହେବ।

ଭାରତୀୟ ଦୂତାବାସ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ସରକାର ଚୀନ ନାଗରିକଙ୍କୁ ଭିସା ଦେବା ନିୟମରେ କୋହଳ କରିଛନ୍ତି। ପୂର୍ବରୁ ଇ-ଭିସା ଅବଧି କମ ଦିଆଯାଉଥିଲା। ନୂତନ ନିୟମ ଅନୁସାରେ ଇ-ଭିସାର ବୈଧତା ଅଧିକ ଦିନ ରହିବ।

ମତାମତ ଦିଅନ୍ତୁ ।