ଚୀନ ବିଦ୍ୟୁତ୍ ଉପକରଣ ଉପରେ କଡ଼ାକଡ଼ି ଯାଂଚ

ନୂଆଦିଲ୍ଲୀ: ଚୀନରୁ ଆମଦାନୀ ହେଉଥିବା ବିଦ୍ୟୁତ୍ ଉପକରଣ ମାଧ୍ୟମରେ ସାଇବର ଆଟାକ ହେବାର ଆଶଙ୍କା ପ୍ରକାଶ କରିଛି ଶକ୍ତି ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି କି ଚୀନରୁ ଆସୁଥିବା ସମସ୍ତ ବିଦ୍ୟୁତ୍ ଉପକରଣକୁ କଡ଼ାକଡ଼ି ଭାବେ ଯାଂଚ କରାଯିବ । କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ସମସ୍ତ ଉପକରଣ ଗୁଡ଼ିକୁ ତନ୍ନ ତନ୍ନ କରି ଯାଂଚ କରାଯାଇ ଦେଖାଯିବ କି ଏଥିରେ ଏମିତି କୌଣସି ଉପକରଣ ଲାଗିଛିକି ଯାହାଦ୍ୱାରା ଭାରତର ପାୱାର ଗ୍ରୀଡ୍‌କୁ ଅଚଳ କରାଯାଇପାରିବ । କାରଣ ଥରେ ପାୱାର ଗ୍ରୀଡ୍ ଅଚଳ ହେଲେ ଭାରତ ଆର୍ଥିକ ସ୍ତରରେ ପ୍ରଭୁତ କ୍ଷତି ସହିବ । ଏହାସହ ଚୀନରୁ ଆମଦାନୀ କରାଯାଉଥିବା ବିଦ୍ୟୁତ୍ ଉପକରଣ ଉପରେ ଅଧିକରୁ ଅଧିକ କଷ୍ଟମ ଡ୍ୟୁଟି ଲଗାଯିବା ଲାଗି ସୁପାରିସ କରାଯାଇଛି । ଫଳରେ ଏ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ । ମନ୍ତ୍ରୀ ସିଂ କହିଛନ୍ତି ଏପରି ଖବର ମିଳିଛି କି ଚୀନ ମାଲବେୟର ଓ ଟ୍ରୋଜନ ହର୍ସ ଦ୍ୱାରା ବିଦ୍ୟୁତ୍ ଉପକରଣ ମାଧ୍ୟମରେ ପାୱାର ଗ୍ରୀଡ୍ ହ୍ୟାକ କରି ଅଚଳ କରିବାକୁ ଯୋଜନା କରୁଛି ।

ମତାମତ ଦିଅନ୍ତୁ ।