ଚୀନ ସୀମାରେ ନିୟୋଜିତ ହେବ ଆମେରିକୀୟ ତୋପ ଓ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତ-ଚୀନ ସୀମାରେ ବିବାଦୀୟ ପରିସ୍ଥିତି ଦେଖା ଦେଉଥିବାରୁ ଅରୁଣାଚଳ ପ୍ରଦେଶର ସୀମାରେ ସାମରିକ ଶକ୍ତି ବୃଦ୍ଧି କରିବାକୁ ଯୋଜନା କରୁଛି ଭାରତ। ଏଠାରେ ଆଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର ନିୟୋଜିତ ହେବ। ଏ ମଧ୍ୟରେ ରହିଛି ଏମ ୭୭୭ ହୋଭିତଜର ତୋପ ଓ ହେଲିକପ୍ଟର।

ଏହି ଅଭିଯାନର କୋଡ ନାମ ହିମ ବିଜୟ ରଖାଯାଇଛି। ଏହି ଅଭ୍ୟାସ ନର୍ଥଇଷ୍ଟ ୧୭ ମାଉଣ୍ଟେନ ଷ୍ଟ୍ରାଇକ କର୍ପସରେ ଯୁଦ୍ଧ କ୍ଷମତା ପରଖିବା ପାଇଁ କରାଯାଇଛି। ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନାକୁ ସାମିଲ କରାଯାଇଛି। ବାୟୁସେନା ମୁଖ୍ୟ ରୂପରେ ଯୁଦ୍ଧ ସମୟରେ ବାୟୁକ୍ଷେତ୍ର ସମ୍ବନ୍ଧିତ ସମସ୍ତ ସହାୟତା ଯୋଗେଇବା ପାଇଁ କାମ କରିବ। 

ସେନାର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ହିମବିଜୟ ଅଭ୍ୟାସ ସମୟରେ ୧୭ ମାଉଣ୍ଟେନ ଷ୍ଟ୍ରାଇକ କର୍ପସକୁ ଏମ ୭୭୭ ହୋଭିତଜର ଯୋଗାଇ ଦିଆଯିବ। ଆମେରିକା ଠାରୁ ମିଳିଥିବା ଚିନୂକ ହେଲିକାପ୍ଟର ମଧ୍ୟ ସାମିଲ ହେବ। ଏହାକୁ କୌଣସି ଠାରେ ନିୟୋଜିତ କରାଯାଇ ନାହିଁ। କିନ୍ତୁ ଯୁଦ୍ଧାଭ୍ୟାସରେ ଏହାର ବ୍ୟଵବହାର କରାଯିବ। 

ମତାମତ ଦିଅନ୍ତୁ ।