ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଜଣେ ଗିରଫ, ୨ ଫେରାର୍

ଭୁବନେଶ୍ଵର : ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଳକ ଅଞ୍ଚଳରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରାଯାଇଛି । ଏହି ଭିଡିଓରେ ଥିବା ଦୃଶ୍ୟ ଅତ୍ୟନ୍ତ ସମ୍ବେଦନଶୀଳ । ଏହି ଲଜ୍ଜାଜନକ ଘଟଣା ପର୍ଯ୍ୟଟନ ସ୍ଥଳ ଭୋଗରାଇର ତଳସାରି ବିଚରେ ଘଟିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ସ୍ଥାନୀୟ ଏକ କଲେଜର ଜଣେ ଛାତ୍ର ଓ ଛାତ୍ରୀ ବୁଲିବାକୁ ଯାଇଥିବା ବେଳେ ମୋଟର ସାଇକେଲରେ ଜଣେ ଯୁବକ ସୁବର୍ଣ୍ଣପୁରକୁ ବୁଲାଇ ନେବାକୁ କହି ସେମାନଙ୍କୁ ସାଙ୍ଗରେ ନେଇଥିଲା । ସେଠାରେ ଯୋଜନାବଦ୍ଧ ଭାବେ ପୂର୍ବରୁ ସେଠାରେ ରହିଥିବା ୩ଜଣ ଓ ମୋଟର ସାଇକଲରେ ଯୁବକ ମିଶି ପ୍ରଥମେ ଦୁଷ୍କର୍ମର ଅପଚେଷ୍ଟା କରିଥିଲେ । ଏଥିରେ ଅସଫଳ ହେବାପରେ ସେମାନେ ଉକ୍ତ ଛାତ୍ରୀଙ୍କର ଉଲଗ୍ନ ଭିଡିଓ ରେକର୍ଡିଂ କରିଥିଲେ । ସେମାନେ ଉଭୟଙ୍କୁ ଧମକ ଦେଇଥିଲେ ଯେ ଯଦି ସପ୍ତାହକ ଭିତରେ ୨୦ ହଜାର ଟଙ୍କା ନଦେବ ତେବେ ଏହି ଭିଡିଓକୁ ଭାଇରାଲ କରିଦିଆଯିବ।

ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏ ନେଇ ତାଳସାରି ସାମୁଦ୍ରିକ ଥାନାରେ ଏତଲା ଦିଆଯିବାପରେ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଖୋଜାଯାଇ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି। ସେମାନଙ୍କୁ ଧରିବାଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।